ଘର ପରିସରରେ ପଶି ଚୋରି କରୁଥିଲା ଚୋର

ଭଦ୍ରକ : ଘର ପରିସରରେ ପଶି ଚୋରି କରୁଥିଲା ଚୋର । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବନ୍ତ ଛକ ନିକଟରେ ଜଣେ ଯୁବକ ଲୁହା ଖୁଣ୍ଟିକୁ ବୋହି ନେଉଥିବା ବେଳେ ଲୋକମାନେ ଦେଖି ଚୋରକୁ ବାନ୍ଧି ପକାଇ ପୋଲିସର ଜିମା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଭଦ୍ରକ ସହରର ବନ୍ତ ଛକ ନିକଟସ୍ଥ ଶିବ ମନ୍ଦିର ପାଖରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ପରିସରରୁ ଭୋରୁ ଭୋରୁ ଚୋରି କରୁଥିଲା ଜଣେ ଯୁବକ । ଲୁହା ଗ୍ରୀଲ, ଏଙ୍ଗେଲ, ଲୁହା ପ୍ଲେଟ ଚୋରି କରିଥିଲା । ଅଜଣା ବ୍ୟକ୍ତି ଜଣଙ୍କ ଲୁହା ଖୁଣ୍ଟି ଚୋରି କରି ନେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକମାନେ ସିସିଟିଭିରେ ଦେଖି ତାଙ୍କୁ ଅଟକ ରଖିବା ସହ ବାନ୍ଧି ପକାଇ ଘର ମାଲିକଙ୍କୁ ଖବର ଦେଇଥିଲେ । ପରେ ଘର ମାଲିକ ଆସି ପଚାରିବାରୁ ବ୍ୟକ୍ତି ଜଣଙ୍କ କୌଣସି କଥା ନ ଶୁଣି ଚୁପ ବସିଥିଲା, ତେବେ ଚୁପ ବସିବାରୁ ଘର ମାଲିକ ସହରାଞ୍ଚଳ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଥାନାକୁ ନେଇ ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *