ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଚାଲାଣକାରୀ

ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଚାଲାଣକାରୀ । ବଲାଙ୍ଗୀର ଜିଲ୍ଲାରେ ହାତୀଦାନ୍ତ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଯୁବକକୁ ଗିରଫ କଲା ପୋଲିସ । ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏସଟିଏଫର ଚଢାଉ । ଏସଟିଏଫ ଦ୍ବାରା ବିପୁଲ ବାଗ ନାମକ ଯୁବକ ଅଟକ ।  ବିପୁଲ ନିକଟରୁ ଗୋଟିଏ ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଜବତ ହାତୀ ଦାନ୍ତର ଓଜନ ପ୍ରାୟ ୯ କିଲୋ ହେବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୧୨ ଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ ।  ଏହାସହ ୨୧ ଟି ବାଘ ଛାଲ, ୨ ଟି ହରିଣ ଛାଲ, ୮ ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୪୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

Leave a Reply

Your email address will not be published. Required fields are marked *