ଅପେକ୍ଷାର ଅନ୍ତ, ଖୋଲିଲା ଶ୍ରୀମନ୍ଦିର

ଭୁବନେଶ୍ୱର : ଅପେକ୍ଷାର ଅନ୍ତ । ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ଦୀର୍ଘ ୨୨ ଦିନ ପରେ ପୁଣି ଭକ୍ତ-ଭଗବାନଙ୍କ ମିଳନ ହୋଇଛି । ଏଣିକି କୋଭିଡ କଟକଣା ମାନି ସକାଳ ୬ଟା ରୁ ରାତି ୯ଟା ଯାଏ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ପୂର୍ବଭଳି ଭକ୍ତମାନେ କିଓସ୍କରେ ଡବଲ ଡୋଜ ଟିକା ସାର୍ଟିଫିକେଟ ଅଥବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ଗତ ୯ ତାରିଖରୁ ୩୧ ଯାଏ ଶ୍ରୀମନ୍ଦିର ଦର୍ଶନ ବନ୍ଦ ନିଷ୍ପତ୍ତି ହୋଇଥିଲା । ଏବେ ସଂକ୍ରମଣ କମିଥିବାରୁ ପୁଣି ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା । ତେବେ ଶ୍ରୀମନ୍ଦିର ସାନିଟାଇଜ ପାଇଁ କେବଳ ପ୍ରତ୍ୟେକ ରବିବାର ଓ ବିଶେଷ ପର୍ବ ପର୍ବାଣୀ ଗୁଡିକରେ ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ରଖାଯିବ । ବାହାରୁ ଆସୁଥିବା ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ ଓ ପୁରୀ ପୌରାଞ୍ଚଳ ବାସିନ୍ଦା ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିପାରିବେ ।

Leave a Reply

Your email address will not be published. Required fields are marked *