ପୋଲିସ୍‌ ଜଗିଥିବା ବେଳେ ମନ୍ଦିରରୁ ଚୋରି ହେଲା ୧୫ ଅଷ୍ଟଧାତୁ ମୁର୍ତ୍ତୀ

ପୁରୀ : ପୋଲିସ୍‌ ଜଗିଥିବା ବେଳେ ମନ୍ଦିରରୁ ଚୋରି । ମନ୍ଦିରର ପଛପଟେ ଜଗିଥିଲା ପୋଲିସ୍ କିନ୍ତୁ ମନ୍ଦିରରୁ ୧୫ଟି ଅଷ୍ଟଧାତୁ ମୂର୍ତ୍ତୀ ଚୋରୀ କରି ନେଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରେ । ଗତ କାଲି ରାତିରେ ଏହି ଚୋରି ହୋଇଥିବା ସୂଚନା ମିଳିଛି । ଏହି ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା l ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବ, ଲକ୍ଷ୍ମୀଙ୍କ ସମେତ ମୋଟ ୧୫ଟି ମୂର୍ତ୍ତୀ ସହିତ ଠାକୁରଙ୍କ ମୁକୁଟ, ଖଡ଼ୁ ଏବଂ ଦାନବାକ୍ସ ଚୋରୀ ହୋଇଛି l

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ଏହି ମନ୍ଦିରକୁ ଦୁଇ ଜଣ ପୋଲିସ କର୍ମଚାରୀ ଜଗିଥିବା ବେଳେ ତାଙ୍କୁ ଚକମା ଦେଖାଇ ଚୋର ମନ୍ଦୀରରୁ ଚୋରୀ କରି ନେଇଛନ୍ତି । ଏଠି ବଡ ପ୍ରଶ୍ନ ଉଠୁଛି ପୋଲିସ ଥାଇ ଯଦି ମନ୍ଦିରରୁ ଚୋରୀ ହଉଛି ତେବେ ମନ୍ଦିରକୁ ସୁରକ୍ଷା ଦେବ କିଏ ? ଗତ କାଲି ମନ୍ଦୀରରେ ନିତିକାନ୍ତି ସାରି ପୂଜକ ରାତ୍ର ୧୦ ଟାରେ ମନ୍ଦିର ପହଡ଼ ପକାଇଥିଲେ ।

ଆଜି ସକାଳୁ ପୂଜକ ମନ୍ଦିରକୁ ଆସି ଦେଖିଲେ ମନ୍ଦିର କବାଟର ତାଲା ଭଙ୍ଗା ଯିବା ସହିତ ମନ୍ଦିର ଖୋଲା ପଡ଼ିଥିଲା l ମନ୍ଦିର ଭିତରେ ସିଂହାସନରେ କେବଳ ନୃସିଂହଙ୍କ ମୂର୍ତ୍ତୀ ଛାଡ଼ି ଆଉ କୌଣସି ମୂର୍ତ୍ତୀ ନାହିଁ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *