ବନ୍ୟା ଅଞ୍ଚଳ କ୍ଷତିଗ୍ରସ୍ତ ଲୋକଙ୍କର ବିପଦର ବନ୍ଧୁ ପାଲଟିଲେ ସୁବର୍ଣ୍ଣରେଖା ବନ୍ଦର କତୃପକ୍ଷ

ବାଲିଆପାଳ : ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ସୁବର୍ଣ୍ଣରେଖା ନଦୀର ବନ୍ୟା ତାଣ୍ଡବରେ ବାଲିଆପାଳ ବ୍ଲକ ଅଧିନସ୍ଥ ସୁବର୍ଣ୍ଣରେଖା ବନ୍ଦର ତଟବର୍ତ୍ତୀ ତଳିଆ ଅଞ୍ଚଳରେ ଲୋକଙ୍କର ଅବସ୍ଥା ଦୁର୍ଦଶାମୟ କରିଦେଇଛି । ଏହାକୁ ଆଖି ଆଗରେ ରଖି ସୁବର୍ଣ୍ଣରେଖା ବନ୍ଦର କର୍ତୃପକ୍ଷ ଓ ଟାଟା କମ୍ପାନୀ ତରଫରୁ ହଜାରେ ପ୍ୟାକେଟ ରେସନ ସାମଗ୍ରୀ ହଜାରେ ପରିବାର ପାଇଁ ଟାଟା କମ୍ପାନୀର ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ବାଲିଆପାଳ ତହସିଲଦାର ଦୀପକ କୁମାର ଦାସକୁ ହସନ୍ତାର କରିଛନ୍ତି l କିଛି ଦିନ ପୂର୍ବରୁ ଟାଟା କମ୍ପାନୀ ଦ୍ୱାରା ହଜାରେ ପରିବାରକୁ ହଜାରେ ତାରପୋଲିନ ବାଲିଆପାଳ ପ୍ରଶାସନ ମାଧ୍ୟମରେ ବଣ୍ଟନ କରାଯାଇଥିଲା ଓ ମଧୁପୁରା ଗ୍ରାମ ପଂଚାୟତର ଚୌଧୁରୀକୁଦ ଗ୍ରାମରେ ଖାଦ୍ୟ ସାମଗ୍ରୀ ବଣ୍ଟନ ହୋଇଥିଲା । ଏଭଳି ମହତ କାଯ୍ୟକରି ସୁବର୍ଣ୍ଣରେଖା ବନ୍ଦର କତୃପକ୍ଷଙ୍କୁ ବାଲିଆପାଳ ବାସୀ ଭୁରିଭାରି ପ୍ରଶଂସା କରିଛନ୍ତି । ବାଲିଆପାଳ ଶିକ୍ଷିତ ବେକାରୀ ସଂଘର ସଭାପତି ତଥା ସମାଜସେବୀ ରିଙ୍କୁ ରଞ୍ଜନ ଓ ତାଙ୍କ ସଂଘର କାର୍ଯ୍ୟକର୍ତା ହରିହର ପଣ୍ଡା, ମିଲନ କୁମାର ମହାନ୍ତି, ଉପଦେଷ୍ଟା ଶ୍ରୀକାନ୍ତ ମାହାନା, ଉପଦେଷ୍ଟା ପ୍ରଦୀପ ଜେନା, ବସନ୍ତ ବାରିକ ଏବଂ ସଂଘର ଅନ୍ୟନ୍ୟ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ସୁବର୍ଣ୍ଣରେଖା ବନ୍ଦର କର୍ତୁପକ୍ଷ ଓ ଟାଟା କମ୍ପାନୀ ଲୋକଙ୍କ ଅସୁବିଧା ବେଳେ ରହିଛି ଏବଂ ରହିବ ମଧ୍ୟ, ଏ କଥା ପ୍ରମୋଦ କୁମାର କହିଛନ୍ତି ।

Leave a Reply

Your email address will not be published. Required fields are marked *