ବନ୍ୟା ଜଳରେ ଭାସିଯାଇ ଚାଷୀଙ୍କ ମୃତ୍ୟୁ

କେନ୍ଦୁଝର : ବନ୍ୟା ଜଳରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟୁ । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜାବିନପୂର୍ ଗାଁରେ ଘଟିଛି ଅଘଟଣ । ଗାଁଟିରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଗତକାଲି ଟଭା ମୁଣ୍ଡାଙ୍କ ପୁଅ ଦୁଶାସନ ଚାଷ ଜମିକୁ ଯାଇ ବନ୍ୟାଜଳରେ ଭାସି ଯାଇଥିଲେ । ଅନେକ ଖୋଜାଖୋଜି ପରେ ତାଙ୍କୁ ଠାବ କରାଯିବା ସମ୍ଭବ ହୋଇ ନଥିଲା l ତେବେ ଆଜି ଜଳସ୍ତର କମିବା ପରେ ଗାଁ ନିକଟରେ ଏକ ପୋଲ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ ଜଳ ସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ବରରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ସେହିପରି ଜଳେଶ୍ବର ରାଜଘାଟରେ ବିପଦ ସଙ୍କେତ ଉପରେ ରହିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବାଲିଆପାଳର ବିଭିନ୍ନ ପଞ୍ଚାୟତରେ ବନ୍ୟା ପାଣି ପଶିବା ଯୋଗୁଁ ପ୍ରାୟ ୧୫୦ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *