ଅଜଣା ଗାଡ଼ି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କାମାକ୍ଷାନଗର : ଅଜଣା ଗାଡ଼ି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାମାକ୍ଷାନଗର ମେଡିକାଲର ସଫେଇ କର୍ମଚାରି ମଙ୍ଗରାଜ ନାଏକ । କ୍ଷତିପୂରଣ ଦାବିରେ ୫୩ ନଂ ଜାତୀୟ ରାଜପଥ ଟାଙ୍ଗରପଡା ଠାରେ ଅବରୋଧ । ଖବର ଅନୁଯାୟୀ, ମଙ୍ଗରାଜଙ୍କ ଘର ଭୂବନ ଥାନା ମୂରୁଗା ଗାଁରେ ହୋଇଥିବା ବେଳେ ତାଙ୍କ ଶ୍ୱଶୁର ଘର ମଠକରଗୋଳା ଠାରେ ରହି କାମାକ୍ଷାନଗର ମେଡିକାଲରେ ସଫେଇ କର୍ମଚାରୀ ଭାବେ ଡ୍ୟୁଟି କରୁଥିଲେ । ତେବେ ସବୁଦିନ ଭଳି ବୁଧବାର ମଧ୍ୟ ସକାଳେ ସାଇକେଲ ଯୋଗେ ମେଡିକାଲକୁ ଆସୁଥିବା ବେଳେ ଟାଙ୍ଗରପଡା ଠାରେ ଅଜଣା ଗାଡି ଧକ୍କା ଦେଇଥିବାର ଜଣାପଡିଛି । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଜାତୀୟ ରାଜପଥ ୫୩ ରେ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉଭୟ ପଟେ ଅଟକି ରହିଛି ଅନେକ ଗାଡ଼ି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Leave a Reply

Your email address will not be published. Required fields are marked *