ଯାଜପୁର : ବିଧାନସଭା ଠାରୁ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଟ ସବୁଠି ବୁଲି ବୁଲି ନିଜ ଦୁଃଖ ଜଣାଉଥିବା ପ୍ରଫୁଲ୍ଲ ଦାସ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ନିଜ ଦୁଃଖ ଜଣାଇବା ପାଇଁ ଆସିଛନ୍ତି । ଯାଜପୁର ଜିଲ୍ଲା ରଗଡି ଗାଁରେ ରହୁଥିବା ପ୍ରଫୁଲ୍ଲ ଦାସ ବାରମ୍ବାର ସରକାରଙ୍କୁ ଘର ଖଣ୍ଡେ ପାଇଁ ଗୁହାରି କରୁଥିବା ବେଳେ କେହି ଶୁଣୁନାହାନ୍ତି । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ନିଜ ହର୍ମୋନିୟମ ସହ ବୁଲି ବୁଲି ସଙ୍ଗୀତ ପରିବେଷଣ କରିଥାନ୍ତି ।
ଆଉ ନିଜେ ଖଣ୍ଡେ ଜମିପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଉଛନ୍ତି । ଆଜି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ଙ୍କୁ ନିଜ ଦୁଃଖ ଜଣାଇବାକୁ ଆସିଛନ୍ତି ପ୍ରଫୁଲ୍ଲ ଦାସ । ଜଣେ ଦିବ୍ୟାଙ୍ଗ ଆଜି ନିରାଶ ହୋଇପଡିଛି । ତାକୁ ଘର ଖଣ୍ଡେ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ସମସ୍ତଙ୍କୁ ଜଣେଇଲେନି । ହେଲେ ଏଯାଏଁ ତାଙ୍କ ଦୁଃଖ କେହି ଶୁଣୁନାହାନ୍ତି ।
