ନୂଆଦିଲ୍ଲୀ : ଆଗକୁ ଆସୁଛି ଦେଶରେ ପାର୍ବଣ ଋତୁ । ଏହାକୁ ନଜରରେ ରଖି ସରକାର ଖାଉଟିଙ୍କ ଲାଗି ଖାଇବା ତେଲ ସହ ଅନେକ ଖାଦ୍ୟ ସାମଗ୍ରୀର ଦର ଶସ୍ତା କରିପାରନ୍ତି । ଏନେଇ କେନ୍ଦ୍ର ଖାଦ୍ୟ ଶଚିବ ଗୁରୁବାର କମ୍ପାନୀମାନଙ୍କ ସହିତ ବୈଠକ କରିଛନ୍ତି । ଏହି ବୈଠରେ କମ୍ପାନୀଗୁଡିକୁ ଖାଇବା ତେଲର ଦର ଲିଟର ପିଛା ୧୦ ରୁ ୧୫ ଟଙ୍କା କରିବାକୁ କୁହାଯାଇଛି ।
ଯଦି କମ୍ପାନୀଗୁଡିକ ସରକାରଙ୍କ ଉକ୍ତ ପ୍ରସ୍ତାବ ଗ୍ରହଣ କରନ୍ତି ତା’ହେଲେ ଆଗାମୀ ପାର୍ବଣ ପୂର୍ବରୁ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ତେବେ ଦେଶରେ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ଉଦ୍ୟମ ଅନେକ ସମୟରୁ ଜାରି ରହିଛି । ଏଥିରେ କିଛି ମାତ୍ରାରେ ଦର ମଧ୍ୟ କମିଛି । ଫଳରେ ଲିଟର ପିଛା ୨୦୦ ଟଙ୍କା ଦରରେ ବିକ୍ରି ହେଉଥିବା ସୋରିଷ ତେଲ ବର୍ତ୍ତମାନ ନୂଆଦିଲ୍ଲୀରେ ଲିଟର ପିଛା ୧୭୦ ରୁ ୧୮୦ ଟଙ୍କା ଦରରେ ବିକ୍ରି ହେଉଛି ।
ସେହିପରି ଓଡିଶା ବଜାରରେ ପାମୋଲିନ୍ ଲିଟର ପିଛା ୧୨୦ ରୁ ୧୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସୂର୍ଯ୍ୟମୁଖୀ ତେଲର ଦର ୧୫୫ ରୁ ୧୬୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ସୋରିଷ ତେଲ ୧୫୦ ରୁ ୧୮୦ ରେ ବିକ୍ରି ହେଉଛି ।
