ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱର ନୀଳାଚଳ ହସ୍ପିଟାଲରେ ଚିକିତ୍ସା ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ବାଲିପାଟଣା ଅଞ୍ଚଳର ପୟୋସିନି ପାତ୍ର । ଗତ ଶନିବାର ବ୍ରେନ୍ ଷ୍ଟ୍ରୋକ୍ ପରେ ନୀଳାଚଳ ହସ୍ପିଟାଲରେ ଆଡମିଶନ ହୋଇଥିଲେ । ପୟୋସିନିଙ୍କୁ ଡାକ୍ତର ଲକ୍ଷୀଧର ପାଢୀ ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ମିଳିଥିଲା ।
କିନ୍ତୁ ଡାକ୍ତର ନଆସି କେବଳ ଫୋନ ମାଧ୍ୟମରେ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି । ଶନିବାର ଆଡମିଶନ ହୋଇଥିଲେ ବି ସୋମବାର ଡାକ୍ତର ଆସିଥିଲେ । ବିଳମ୍ବିତ ରାତିରେ ଆଇସିୟୁ କର୍ମଚାରୀଙ୍କ ଅବହେଳା ପାଇଁ ମୃତ୍ୟୁ ଅଭିଯୋଗ ହୋଇଛି । ରାତି ୧୨ଟା ରେ ମୃତ୍ୟୁ ହୋଇଥିବାବେଳେ, ୨ଟା ରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ଥାନାରେ ଅଭିଯୋଗ କରିବେ ପରିବାର ଲୋକେ । ଘଟଣା ନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।
