ଗ୍ରାମ୍ୟ ଉନ୍ନୟନ ରାସ୍ତାର ଅବସ୍ଥା ଶୋଚନୀୟ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ବାଇଶିଙ୍ଗା ଠାରୁ ରହଣି ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ଏବେ ଖାଲଖମାରେ ଭର୍ତ୍ତି ହୋଇ ପଡିଥିବାରୁ ସେଥିରେ ନିର୍ଭର କରୁଥିବା ୫ଟି ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି l କାମାକ୍ଷାନଗର ବ୍ଲକର ବାଇଶିଙ୍ଗା ଠାରୁ କଙ୍କଡ଼ାହାଡ଼ ବ୍ଲକର ରହଣି ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ମରାମତି ଓ ସଠିକ୍‌ ଭାବେ ନିର୍ମାଣ ନକରାଯିବାରୁ ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇଛି l ଫଳରେ ଉକ୍ତ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇ ପଡିଛି l ଗତ ଦୁଇ ବର୍ଷ ତଳେ ରାସ୍ତା କାମ ଶେଷ ହୋଇଥିଲା  ।  ଅଥଚ ଠିକାଦାରଙ୍କ ମନମୁଖୀ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ସଠିକ ତଦାରଖ ନହେବା ଯୋଗୁଁ ରାସ୍ତା ଏବେ ଅଗମ୍ୟ ହୋଇ ପଡ଼ିଲାଣି l

ମୁଖ୍ୟତଃ ବାଇଶିଙ୍ଗା ଗ୍ରାମ ମଧ୍ୟ ଦେଇ ଯାଇଥିବା ରାସ୍ତରେ ଅତ୍ୟଧିକ ଖାଲ ହୋଇଯାଇଥିବାରୁ ସେଥିରେ ବର୍ଷା ସମୟରେ ପାଣି ରହି ପୋଖରୀର ଭ୍ରମ ସୃଷ୍ଟି କରୁଛି l ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ସ୍ତରରେ ରାସ୍ତାର ଉନ୍ନତି ସକାଶେ ବ୍ୟାପକ ପଦକ୍ଷେପ ନେଉଥିବା  ବେଳେ ଏହିଁ ରାସ୍ତାରେ ନିର୍ଭର କରୁଥିବା ପାଞ୍ଚ ଗୋଟି ପଂଚାୟତର ଅଧିବାସୀ ମାନଙ୍କ ପ୍ରତି କୌଣସି ଗୁରୁତ୍ୱ ଦିଆଯାଉ ନଥିବାରୁ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେବା ସହ ବାଇଶିଙ୍ଗା–ରହଣି ରାସ୍ତାର ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *