ପଟ୍ଟାମୁଣ୍ଡାଇ : ପୁଅ ନେଉନି ବାପର ମୃତଦେହ । ମୃତଦେହ ପଡିରହିଛି ମେଡିକାଲରେ । ଆସୁନାହାନ୍ତି ପରିବାର ଲୋକେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମେଡିକାଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଭୀମ ସେନ ବାହାଦୂରଙ୍କ ଶୁକ୍ରବାର ପଟ୍ଟାମୁଣ୍ଡାଇ ମେଡିକାଲରେ ମୃତ୍ୟୁ ଘଟିଛି । ତେବେ ତାଙ୍କ ମୃତଦେହ ମେଡିକାଲରେ ପଡିରହିଥିଲେ ମଧ୍ୟ କେହି ନେବା ପାଇଁ ଆସୁନାହାନ୍ତି । ଭୀମସେନଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିବାବେଳେ କେହି ବି ଆସୁନାହାନ୍ତି ମୃତଦେହ ନେବାକୁ ।
ଶୁକ୍ରବାର ଠାରୁ ଭୀମସେନଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ପରିବାରକୁ ଏନେଇ ଖବର ଦେଇଥିଲେ । କିନ୍ତୁ ପରିବାର ସଦସ୍ୟ କେହି ଆସିନାହାନ୍ତି । ଭୀମସେନଙ୍କ ମୃତଦେହକୁ ଜଗି ରହିଛନ୍ତି ସ୍ଥାନୀୟ ବାସିନ୍ଦା ।
