ନକଲି ମଶାବତୀ କାରଖାନା ଠାବ, ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ

ଜଗତସିଂହପୁର : ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନା ଠାବ କରାଯାଇଛି । ପାରାଦୀପ ପୋଲିସ ଅଚାନକ ଚଢାଉ କରି ଧୂପବତୀ ନାମରେ ଚାଲିଥିଲା ନକଲି କାରବାରର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଚଢ଼ାଉ ବେଳେ ବହୁ ସାମଗ୍ରୀ ଜବତ ହୋଇଛି । ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ଅନେକ ଦିନ ହେବ ଏଠି ଚାଲିଥିଲା ଏହି ଡୁପ୍ଲିକେଟ୍ କାରବାର । ସ୍ଲିପ୍ ୱେଲ କମ୍ପାନୀ ନାମରେ ମଶାବତୀ ତିଆରି କରି ଏମାନେ କରୁଥିଲେ ଖୋଲାମେଲା ବ୍ୟବସାୟ । ବେଙ୍ଗାଲୁରୁ ରୁ କମ୍ପାନୀ କର୍ତ୍ତୃପକ୍ଷ ଜାଣି ପାରାଦୀପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢାଉ କରି ମଶାଧୂପ ପ୍ରସ୍ତୁତ କରିବା ମେସିନ, ଜରି ଓ ଅନେକ ଜିନିଷ ଜବତ କରିଛି ।

Leave a Reply

Your email address will not be published. Required fields are marked *