ଝାରସୁଗୁଡ଼ା : ପୂର୍ବତନ ସରପଞ୍ଚଙ୍କ ସମତେ ୧୧ ଗିରଫ । ବେଆଇନ୍ ମଦ ତିଆରି ବେଳେ ହେଲେ ଗିରଫ । ଝାରସୁଗୁଡ଼ା ବେଲପାହାଡ଼ ନିକଟସ୍ଥ ମୋହନପୁର ଗାଁରେ ଘଟିଛି ଘଟଣା । ଖବର ଅନୁଯାୟୀ, ବେଲପାହାଡ଼ ନିକଟସ୍ଥ ମୋହନପୁର ଗ୍ରାମରେ ବେଆଇନ ଦେଶୀ ମଦ ତିଆରି କରୁଥିବା ବେଳେ ପିପିଲିମାଲର ପୂର୍ବତନ ସରପଞ୍ଚ ମାଳତି ଦିଗିଙ୍କ ସମେତ ୧୧ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଏହା ସହ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଏନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ । ତେବେ ଗିରଫ ହୋଇଥିବା ମାଳତି ଦିଗି ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ପିପିଲିମାଲ ଗ୍ରାମପଞ୍ଚାୟତର ସରପଞ୍ଚ ଥିଲେ । ଜଣେ ଜନପ୍ରତିନିଧି ହୋଇ ମଧ୍ୟ ବେଆଇନ ମଦ ତିଆରିରେ ଲିପ୍ତ ଥିବାରୁ ବୁଦ୍ଧିଜିବୀମାନେ ସମାଲୋଚନା କରିଛନ୍ତି ।
