ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା-ହଳଦୀ ରାସ୍ତାର ଚିତ୍ରାମୁଣ୍ଡା ନିକଟ ବୁଲାଣି ଠାରେ ବୁଧବାର ସନ୍ଧ୍ୟାରେ ଦୁଇ ବାଇକ ମୁହାଁ ମୁହିଁ ହେବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୁହାଁ ମୁହିଁ ଦୁର୍ଘଟଣାରେ ଟିଟିଲାଗଡ଼ର ଜଣକର ମୃତ୍ୟୁ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା । ବଙ୍ଗୋମୁଣ୍ଡାର ସୁଶୀଲ ସୁନା(୩୨) କୌଣସି କାମରେ ଟିଟିଲାଗଡ଼ରୁ ଘରକୁ ଫେରୁଥିବା ବେଳେ ବଙ୍ଗୋମୁଣ୍ଡା ପଟରୁ ଦ୍ରୁତ ଗତିରେ ଯାଉଥିବା ଦୁଇ ବାଇକ ଆରୋହୀଙ୍କ ବାଇକ ସହ ଧକ୍କା ହୋଇଥିଲା । ଧକ୍କା ହେବାରୁ ଟିଟିଲାଗଡ଼ ଅଞ୍ଚଳର ଜଣେ ଯୁବକର ଘଟଣା ସ୍ଥଳରେ ଜଣକର  ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *