ପ୍ରଚାରର ଶେଷ ଦିନରେ ବଣାଇ ବିଜେଡିର ମାରାଥନ୍ ରାଲି

ଵଣାଇ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଣାଇ ନିର୍ବାଚନ ମଣ୍ଡଳୀର ୪ ଟି ବ୍ଲକ୍ ର ୮ଟି ଜିଲ୍ଲା ପରିଷଦ ଜୋନ୍ ନିମନ୍ତେ ଆଜି ଵଣାଇ ବିଜେଡି ପକ୍ଷରୁ ବଣାଇ (ଖ) ଜୋନ୍ ର ପ୍ରାର୍ଥୀ ରାମଚନ୍ଦ୍ର ପ୍ରଧାନଙ୍କ ନିମନ୍ତେ ଶେଷ ଦିନରେ ପ୍ରଚାରର ମଙ୍ଗ ଧରିଛନ୍ତି ରାଉରକେଲା ବିଧାୟକ, ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଶାରଦା ପ୍ରସାଦ ନାୟକ ।

ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଦଳୀୟ ପତାକା ସହ ପ୍ରଚାର ଗାଡ଼ିକୁ ନେଇ (ଖ) ଜୋନ୍ ରେ ଥିବା କେନ୍ଦ୍ରୀକଳା, ଵଣାଇ, ଜକୈକଳା, ଗୋଗୁଆ, ଵନେଇକଳା ପ୍ରଭୁତି ସମସ୍ତ ପଞ୍ଚାୟତକୁ ଯାଇ ମାରାଥନ୍ ନାଲି କରିଥିବା ଦେଖିବାକୁ ମିଳିଛି । ଏହି ଜୋନ୍ ରେ ଭାରତୀୟ ଜନତା ପାର୍ଟି ତରଫରୁ ଵଣାଇର ପୁର୍ବତନ ସରପଞ୍ଚ ରେଙ୍ଗଟୁ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଜନସାଧାରଣରେ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *