ସହରରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ନିର୍ବାଚନକୁ ବର୍ଜନ କରିବା ପାଇଁ ଆହ୍ୱାନ

ବାଲିଗୁଡ଼ା : ସହରରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର l କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହି ପିପଳସାହି ସ୍କୁଲ ସମେତ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ସ୍ଥିତିକୁ ଜାହିର କରିଛନ୍ତି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବହୁ ରାଷ୍ଟୀୟ କମ୍ପାନୀକୁ ଅଞ୍ଚଳରୁ ବାହାର କରିବା ସହ ତ୍ରିସ୍ତରୀୟ ନିର୍ବାଚନକୁ ବର୍ଜନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି l ଜଙ୍ଗଲ ଜମି, ଜଳ ଇଜ୍ଜତ ପାଇଁ ଲଢେଇ କରିବାକୁ ପୋଷ୍ଟରରେ ଆହ୍ୱାନ କରାଯାଇଛି । କେକେଵିଏନ୍‌ ଡିଭିଜନ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଇଥିବା ଜଣାପଡିଛି l ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ହଟାଇବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *