ଜେଲରେ ରଙ୍ଗିଲା ନାଚ, ଭିଡିଓ ଭାଇରାଲ୍ ପରେ ଅଡ଼ୁଆରେ କର୍ତ୍ତୃପକ୍ଷ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଜେଲରେ ରଙ୍ଗିଲା ନାଚ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ନାଚ ଭିଡିଓ ଭାଇରାଲ ହେବା ପରେ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି । ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ କେତେକ ଯୁବତୀ ନାଚୁଛନ୍ତି । ଏହି ନାଚ ଦେଖି ଜେଲର ଅନ୍ତେବାସୀମାନେ ମଧ୍ୟ ନାଚରେ ମସଗୁଲ ହୋଇଯାଇଛନ୍ତି । ସେମାନେ ବି ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି । ଏଥିରେ କେବଳ କଏଦୀ ନୁହନ୍ତି, ବରଂ ଜେଲର କର୍ମଚାରୀ ବି ସାମିଲ ହୋଇଛନ୍ତି । ଭିଡିଓରେ ନୂଆ ବର୍ଷ ସେଲିବ୍ରେସନ୍ ହେଉଛି ବୋଲି ମଧ୍ୟ କୁହାଯାଉଛି । ଏହି ଭାଇରଲ୍ ଭିଡିଓଟି ଜଳେଶ୍ୱର ଉପ-କାରାଗାର ପରିସରର । ଜେଲ୍‌ ଭିତରେ ଏମିତି ନାଚ ଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବା ଘଟଣାକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।

Leave a Reply

Your email address will not be published. Required fields are marked *