ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ତ ? 

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣା । ଚାବି ହଜିବା ପରେ ଜିଲ୍ଲା ରେକର୍ଡ ରୁମରୁ ଚାବି ମିଳିଥିବା କଥା ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମ ଆଗରେ କହିଥିଲେ ଓ ସେହି ଚାବିକୁ ଜିଲ୍ଲା ଟ୍ରେଜେରୀରେ ଜମା କରିବାକୁ ମଧ୍ୟ କହିଥିଲେ । ସୂଚନା ଅଧିକାର ଆଇନ ବଳରେ ଟ୍ରେଜେରୀ କାର୍ଯ୍ୟାଳୟରୁ ମିଳିଥିବା ଚିଠି ଯାହାର ନମ୍ବର ୬୭୨, ତାରିଖ ୨୪-୯-୨୦୨୧ । ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ପୁରୀ ଜିଲ୍ଲାପାଳଙ୍କ ତରଫରୁ ଜମା କରାଯାଇଛି । ହେଲେ ମିଳିଥିବା ଦୁଇଟି ଚିଠି ସନ୍ଦେହ ସୃଷ୍ଟି କରିଛି । ପ୍ରଥମ ଚିଠି ଟି ହେଉଛି ଚିଠି ନମ୍ବର ୬୭୨ ଯାହାକି ସୂଚନା ଅଧିକାର ଆଇନ୍ ବଳରେ ଟ୍ରେଜେରୀ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ । ଟ୍ରେଜେରୀ କାର୍ଯ୍ୟାଳୟ ସଫାସଫା କହିଥିଲା, ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ୬-୮-୨୦୧୮ ରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରୀରେ ଦାଖଲ କରିଛନ୍ତି । ଏବଂ ଦ୍ବିତୀୟ ଅରଟିଆଇ ରିପୋର୍ଟ ଉପରେ, ଯାହାର ଚିଠି ନମ୍ବର ହେଉଛି ୨୨୨୨ । ଏହି ଚିଠି ଟି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ସେହି ସମାନ ତାରିଖ ୬-୮-୨୦୧୮ ରେ ଟ୍ରେଜେରୀକୁ ଲେଖିଛନ୍ତି । ଏହି ଚିଠିରେ କୌଣସି ଜାଗାରେ ମଧ୍ୟ ଚାବି ସଂକ୍ରାନ୍ତୀୟ କଥା ଉଲ୍ଲେଖ କରିନାହାନ୍ତି । ଏପରିକି ମିଳଥିବା ନକଲି ଚାବି କଥା ମଧ୍ୟ ଉଲ୍ଲେଖ କରିନାହାନ୍ତି । ଆଉ ଚାବି ହଜିବା ଘଟଣା ନେଇ ପଚାରିଲେ ଆଇନ ମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି । ବଡ ପ୍ରଶ୍ନ, ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ତ ?

Leave a Reply

Your email address will not be published. Required fields are marked *