ବିଜେଡ଼ି ନେତା ବଳରାମ ସାହୁଙ୍କ ମୃତ୍ୟୁର ୧୪ ଦିନ ପରେ ମାନସିକ ଭାରସାମ୍ୟ ହରାଇ ସାନପୁତ୍ରର ଆତ୍ମହତ୍ୟା

ବାଲିଆପାଳ : ବଳରାମ ସାହୁଙ୍କ ମୃତ୍ୟୁର ୧୪ ଦିନ ପରେ ସାନ ପୁତ୍ର ସନୁ(୨୦) ମାନସିକ ଭାରସମ୍ୟ ହରାଇ ରବିବାର ବିଳମ୍ବିତ ରାତ୍ରୀରେ ନିଜ ଶୋଇବା ଘରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା ଘଟଣା ବାଲିଆପାଳ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରୁଛି । ବାଲିଆପାଳ ବ୍ଲକ ଖପରାପଦା ଗ୍ରାମର ବିଜେଡ଼ି ନେତା ସ୍ବର୍ଗତ ବଳରାମ ସାହୁଙ୍କ ଚିଳିତ ମାସ ୧୪ ତାରିଖରେ ବିୟୋଗ ହୋଇଥିଲା । ତାଙ୍କ ମୃତ୍ୟୁରେ ସାନପୁତ୍ର ସନୁ ସବୁବେଳେ ମାନସିକ ଅସ୍ଥିରତାରେ ରହୁଥିଲେ । ମଝିରେ ମଝିରେ ବାପାଙ୍କ ପାଖକୁ ଚାଲିଯିବି ବୋଲି ପ୍ରଳାପ କରୁଥିଲା । ଏପରିକି ବେଳେ ବେଳେ ପିତାଙ୍କ ଅନୁପସ୍ଥିତିକୁ ଅନୁଭବ କରି ବାପଙ୍କ ଫୋଟୋ ଆଗରେ କାନ୍ଦୁଥିବା କଥା ପାରିବାର ଲୋକେ କହିଛନ୍ତି ।ଯାହା ଫଳରେ ପିତାଙ୍କ ମୃତ୍ୟୁର ୧୪ ଦିନ ପରେ ରବିବାର ସାନୁ ନିଜ ସ୍ବର୍ଗ ବାସୀ ପିତାଙ୍କ ଫୋଟୋକୁ ନିଜ ଶୋଇବା ଘର ସୋଫା ଉପରେ ସୁନ୍ଦର ଭାବରେ ରଖି ଶେଷ ଶ୍ରଦ୍ଧାଞ୍ଜଳି ଦେଇ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କଥା ପାଖ ପଡ଼ୋଶୀମାନେ କହଛନ୍ତି ।

Leave a Reply

Your email address will not be published. Required fields are marked *