ବଣାଇ : ଵଣାଇ ଉପଖଣ୍ଡ ଟିକାୟତ ପାଲି ଥାନା ଅନ୍ତର୍ଗତ ସାନଝରଣ ଗ୍ରାମ ରାସ୍ତା କଡ଼ରୁ ଗତ ୨୧ ତାରିଖ ଦିନ ଜଣେ ନାବାଳିକା ଝିଅର ମୃତ ଦେହ ଉଦ୍ଧାର କରାଯାଇଥିଲା । ସେ ସମୟରେ ପରିବାର ପକ୍ଷରୁ ନାବାଳିକାକୁ ହତ୍ୟା କରାଯାଇଥିଵା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
ଗତ ଚାରିଦିନ ଧରି ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ସାନଝରଣ ଗ୍ରାମର ଦୁର୍ଯୋଧନ ଭଇଁସା (ବୟସ ୩୦) କୁ ଗିରଫ କରିଛି ।
ଘଟଣାରୁ ପ୍ରକାଶ ଯେ ଗତ ୨୦ ତାରିଖ ଦିନ ସାନଝରଣ ଗ୍ରାମର ନାବାଳିକା ଯୁବତୀ ସୁମତି ମୁଣ୍ଡା ବୟସ (୧୬) ସନ୍ଧ୍ୟା ସମୟରେ ନଳକୂପକୁ ପାଣି ଆଣିବାକୁ ଯାଇଥିଲେ । ସେହି ସମୟରେ ଗାଁର ଦୁର୍ଯୋଧନ ଭଇଁସା ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ନାବାଳିକା ଜଣକ ଯୁବକ ନିକଟରୁ ବର୍ତ୍ତୀବା ନିମନ୍ତେ ପାଟି କରିଥିଲେ । ଚିତ୍କାର ଶୁଣି କାଳେ ଗାଁ ଲୋକେ ଚାଲିଆସିଵେ ସେହି ଭୟରେ ଯୁବକ ଜଣକ ଝିଅ ପିନ୍ଧିଥିବା ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ଶବକୁ ଆଣି ଜଙ୍ଗଲ ନିକଟରେ ଥିବା ରାସ୍ତା କଡରେ ଫିଙ୍ଗି ଦେଇଥିଲା । ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ସମସ୍ତ ଦୋଷ ସ୍ଵୀକାର କରିଥିଲା । ଫଳରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଜେଲ୍ ପଠାଇ ଥିବା ଜଣାପଡିଛି ।
