ଉତ୍କଳ ଆଲୁମିନା ପକ୍ଷରୁ ବାଫିଲମାଳି ବକ୍ସାଇଟ ଖଣିଠାରେ ଆଞ୍ଚଳିକ ପରିବେଶ ତଥା ଖଣିଜ ସଚେତନତା କାର୍ଯ୍ୟକ୍ରମ(ଇଏମ୍‍ଏପି) ୨୦୨୨ ଆୟୋଜିତ

ରାୟଗଡ଼ା : ଦୋରାଗୁଡା ରିଜନ୍‍ର ଟିକିରି ନିକଟ ବାଫିଲମାଳି ବକ୍ସାଇଟ ଖଣିର ଆଞ୍ଚଳିକ ପରିବେଶ ତଥା ଖଣିଜ ସଚେତନତା କାର୍ଯ୍ୟକ୍ରମ(ଇଏମ୍‍ଏପି), ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ୨୦୨୨ ନଭେମ୍ବର ୧୧ ତାରିଖରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସୋସାଇଟି ଅଫ ଜିଓସାଇଣ୍ଟିଷ୍ଟସ୍‍ ଆଣ୍ଡ ଆଲାଏଡ ଟେକ୍‍ନୋଲୋଜିସ୍‍(ଏସଜିଏଟି) ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୋସାଇଟି ଅଫ ଜିଓସାଇଣ୍ଟିଷ୍ଟସ୍‍ ଆଣ୍ଡ ଆଲାଏଡ ଟେକ୍‍ନୋଲୋଜିସ୍‍(ଏସ୍‍ଜିଏଟି) ରାଜ୍ୟର ବିଭିନ୍ନ ଖଣି ଅଞ୍ଚଳରେ ୧୯୯୦ ରୁ ବାର୍ଷିକ ଭିତ୍ତିରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ତଥା ଖଣିଜ ସଚେତନତା କାର୍ଯ୍ୟକ୍ରମ(ଇଏମ୍‍ଏପି) ଆୟୋଜନ କରିଆସୁଛି ।

ଚଳିତ ଥର ଏହି କାର୍ଯ୍ୟକ୍ରମରେ ରାୟଗଡା ଓ କଳାହାଣ୍ଡି ଜିଲ୍ଲାରୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ଖଣିଜ ସମୃଦ୍ଧ ଅଞ୍ଚଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖଣିକାର୍ଯ୍ୟ ଏବଂ ପରିବେଶ ସମ୍ପର୍କରେ ସଚେତନତା ବିକଶିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ ପ୍ରବନ୍ଧ ଲିଖନ ଏବଂ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ବିଜେତା ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶ୍ରୀ ମଜହର ବେଗ୍‍-ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ଧରଣର ସମ୍ପୂର୍ଣ୍ଣ ନୂତନ ଏବଂ ମଜାଦାର କାର୍ଯ୍ୟକ୍ରମ ଆୟୋଜନ ତଥା ସାମାଜିକ ବିକାଶ ଦିଗରେ ଅବଦାନ ନିମନ୍ତେ ଏସ୍‍ଜିଏଟିର ପ୍ରୟାସକୁ ପ୍ରଶଂସା କରିଥିଲେ । ସେ ମଧ୍ୟ ମହତ ଉଦ୍ଦେଶ୍ୟରେ ଏହିଭଳି କାର୍ଯ୍ୟକ୍ରମ ସଞ୍ଚାଳନ ନିମନ୍ତେ ଉତ୍କଳ ଆଲୁମିନାର ଖଣି ଟିମ୍‍ର ଉଦ୍ୟମ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ । ଶ୍ରୀ ମୁକେଶ କୁମାର ଝା-ହେଡ୍‍ ମାଇନ୍ସ, ଶ୍ରୀ କୌଶିକ ସରଣ ମିଶ୍ର-ଭାଇସ୍‍ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ଏସ୍‍ଜିଏଟିର ଶ୍ରୀ ଜେଏନ୍‍ ଦାସ ଏବଂ ଶ୍ରୀ ଏକେ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀ କୃଷ୍ଣଚନ୍ଦ୍ର ଜ୍ୟୋତିଷୀ, ଶ୍ରୀ ପ୍ରଦ୍ୟୁମ୍ନ ଦାସ, ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଜିଓଲୋଜି-ସର୍ଭେ ଓ ସିଏସଆର୍‍ ଟିମ୍‍ ସମୁଦାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *