ହାତୀ ଆକ୍ରମଣରେ ଯୁବକର ମୃତ୍ୟୁ

ବଣାଇ : ବଣାଇ ବନଖଣ୍ଡ ବାରସୁଆଁ ରେଞ୍ଜ ଅନ୍ତର୍ଗତ ଟେନସା ଫାଣ୍ଡି ଅଧିନସ୍ଥ ଫୁଲଝର ଗ୍ରାମରେ ଆଜି ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ସପ୍ତାହରୁ ଅଧିକ ହେବ ଫୁଲଝର ଗ୍ରାମରେ ଜଙ୍ଗଲୀ ହାତୀ ଉପଦ୍ରବ ଲାଗିରହିଥିବା ବେଳେ ଆଜି ସନ୍ଧ୍ୟାରେ ସେହି ଗ୍ରାମର ଅଜୟ ଦେହୁରୀ (୨୫) ହାତୀ ହାବୁଡରେ ପଡି ଯାଇଥିଲେ । ତାକୁ ହାତୀ ଆକ୍ରମଣ କରି କଚାଡି ମାରି ଦେଇଥିବା ବେଳେ, ଏବେବି ସେହି ସ୍ଥାନରେ ହାତୀପଲ ଜଗି ବସିଛନ୍ତି । ବର୍ତ୍ତମାନ ରାତି ହୋଇଯାଇଥିବା ବେଳେ ବରସୁଆଁ ବନବିଭାଗ ଓ ହାତୀ କର୍ମଚାରୀ ଏବଂ ଟେନସା ଫାଣ୍ଡି ପୋଲିସ ଘଟଣା ସ୍ଥଳକୁ ପହଞ୍ଚିବା ସମ୍ଭବ ହୋଇପାରୁନାହିଁ । ତେବେ ଆସନ୍ତା କାଲି ସକାଳେ ଶବ ଉଦ୍ଧାର କରାଯିବ ବୋଲି ବରସୁଆଁ ବନାଞ୍ଚଳ ଅଧିକାରୀ ନବୀନ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *