ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । କଟକର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଉଛି ।
ଭିଜିଲାନ୍ସ ଟିମ ଏକକାଳୀନ କଟକ, ଚୌଦ୍ୱାର, ନୂଆପଡାର ୬ ଟି ସ୍ଥାନରେ ଚଢାଉ କରୁଛି । କଟକରେ ୩, ଚୌଦ୍ୱାରରେ ଗୋଟିଏ ଓ ନୂଆପଡାର ୨ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଏଥିରେ ୬ ଜଣ ଡିଏସପି, ୧୨ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି । ଚଢାଉ ସମୟରେ କଟକ ଚାଉଳିଆଗଞ୍ଜରେ ଏକ ତିନି ମହଲା କୋଠା, କଟକ ବାଲି ସାହିରେ ଗୋଟିଏ ଦୁଇ ମହଲା କୋଠା, ବାଲିସାହିରେ ନଟରାଜ ପ୍ୟାଲେସ ନାଁରେ ଏକ କଲ୍ୟାଣମଣ୍ଡପ, ଚୌଦ୍ୱାରର ଓରନ୍ଦାରେ ୩ ଏକର ଜମି ସହ ଗେଷ୍ଟହାଉସ ଠାବ ହୋଇଛି । ଏହାସହ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା ପ୍ରିମିୟମ, ୪୯୮ ଗ୍ରାମର ସୁନା ଓ ଅଢେଇ କେଜିର ରୁପା ଗହଣା ଜବତ କରାଯାଇଛି । ଚଢାଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *