ସାଇକେଲ ପଛରେ ପିଟିଲା ବାଇକ, ଅଳ୍ପକେ ବର୍ତ୍ତିଲେ ସାଇକେଲ ଆରୋହୀ

ବାଲିଆପାଳ : ବାଲିଆପାଳ ବସ୍ତା ମୁଖ୍ୟ ରାସ୍ତାର ଦାନ୍ତୁଣିଦା ଛକରେ ମଙ୍ଗଳବାର ଅପରାହ୍ନରେ ଏକ ଦୃତ ଗାମୀ ବାଇକ ସାଇକେଲ ଆରୋହୀକୁ ପଛ ପଟରୁ ଧକା ଦେଇଥିଲା । ଫଳରେ ସାଇକେଲରେ ଘରକୁ ଫେରୁଥିବା ସ୍ବାମୀ, ସ୍ତ୍ରୀ ସାଇକେଲରୁ ରାସ୍ତା ଉପରକୁ ଛିଟିକି ପଡ଼ି ଆହତ ହୋଇ ବାଲିଆପାଳ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବ ବେଳେ, ସ୍ଥାନୀୟ ଲୋକ ଗୁରୁତର ବାଇକ ଆରୋହିକୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଇଥିଲେ । ସେଠାରେ ତାଙ୍କ ଅଵସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ମୁତାବକ ଅମର୍ଦା ଅଂଚଳର ବିରିପଡ଼ା ଗ୍ରାମର ଜୈନିକ ଯୁବକ ହରେକୃଷ୍ଣ ବାଇକ୍ ଯୋଗେ ବାଲିଆପାଳରୁ ନିଜ ଘର ବିରିପଡ଼ା ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦନ୍ତୁଣିଦା ଛକ ନିକଟରେ ସାଇକେଲକୁ ପଛପଟରୁ ଧକା ଦେଇଥିଲେ । ଫଳରେ ସାଇକେଲ ଆରୋହୀ ବିନୋଦ ବିହାରୀ ଦାସ ଓ ତାଙ୍କ ସ୍ତ୍ରୀ ରାସ୍ତା ଉପରକୁ ଛିଟିକି ପଡ଼ି ଆହତ ହୋଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ବାଇକ ଆରୋହୀ ଗୁରୁତର ଆହତ ହୋଇ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *