ବାଲିଆପାଳ : ନୂତନ ଭାବରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ଆଜି ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନାରୁ ପ୍ରକାଶ ରାଜ୍ୟ ସଂସ୍କୃତି, ଭାଷା, ଅବକାରୀ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ରାଜ୍ୟ ସରକାର ଚୟନ କରିଥିବାରୁ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଟୁରା ପଞ୍ଚାୟତର ଜାମଶୂଳୀ ଡ଼ାକବଙ୍ଗଳାରେ ବିଜେଡି ପକ୍ଷରୁ ଆଜି ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ଉକ୍ତ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ପୁଟୁରା ପଞ୍ଚାୟତର ପୁର୍ବତନ ସରପଞ୍ଚ ଭଜହରି ପରିଡା, ପଞ୍ଚାୟତର ବିଜେଡି ସଭାପତି ସୁଦର୍ଶନ ଜେନା, ଚିତ୍ତରଞ୍ଜନ ବାଗ୍, ବିଜେଡି ବସ୍ତା ବ୍ଲକ୍ ସଭାପତି ଅନୀଲ ମହାନ୍ତି ତଥା ପଞ୍ଚାୟତର ବିଜେଡି ସମର୍ଥିତ ଓ୍ବାର୍ଡମେମ୍ବର ଓ କର୍ମୀମାନେ ଯୋଗଦାନ କରି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ରଙ୍କୁ ପୁଷ୍ପମାଲ୍ୟ ଉତ୍ତରୀୟ ପ୍ରଦାନକରି ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ତେବେ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ତାଙ୍କ ଜଳେଶ୍ଵର ନିର୍ବାଚନ ମଣ୍ଡଳୀରେ ଉନ୍ନତି ନିମନ୍ତେ ବହୁତ୍ କିଛି କାର୍ଯ୍ୟ ବାକି ଥିବାର ପ୍ରକାଶ କରିଥିବା ବେଳେ ଚୋରମାରା ବ୍ରିଜ୍ କାର୍ଯ୍ୟ ଆରମ୍ଭ ପାଇଁ ଖୁବଶୀଘ୍ର ଟେଣ୍ଡର ହେବାର କହିଥିଲେ । ତେବେ ବହୁଦିନ ପରେ ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମନ୍ତ୍ରୀପଦ ପାଇଥିବାରୁ ପୁଟୁରା ପଞ୍ଚାୟତର ବିଜେଡି କର୍ମୀମାନଙ୍କ ମଧ୍ୟରେ ବେସ୍ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା ।
