ବାଲେଶ୍ୱର : ଆଜି ବାଲେଶ୍ୱର ବନ୍ଦ । ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ୧୨ ଘଣ୍ଟିଆ ବନ୍ଦ ଡାକରାରେ ୨୦ ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି ।

ତେବେ ଏହି ବନ୍ଦରେ ବିଜେପି , କଂଗ୍ରେସ ଓ ବାମ ଦଳମାନେ ମଧ୍ୟ ସାମିଲ ହୋଇ ନିଜ ନିଜ ଢଙ୍ଗରେ ପ୍ରତିବାଦ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କିଛିଦିନ ମଧ୍ୟରେ ଜିଲ୍ଲାରେ ହତ୍ୟା, ଲୁଟ, ଆକ୍ରମଣ ଆଦି ବଢ଼ିବାରେ ଲାଗିଛି ।

ବିଭିନ୍ନ ସ୍ଥାନରୁ ଦିନ ଦ୍ୱିପ୍ରହରରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ । ଯାହାକୁ ନେଇ ସବୁ ମହଲରେ ନିନ୍ଦା କରିବା ସହିତ ବିଭିନ୍ନ ସଂଗଠନ ବନ୍ଦ ଡାକରା ଦେଇଥିଲେ । ଏନେଇ ବିଜେପି ମଧ୍ୟ ପ୍ରତିବାଦ କରିବା ସହିତ ଅନୁରୂପ ଭାବେ ବନ୍ଦ କରିବା ନେଇ ଘୋଷଣା କରିଛି।
