୮୦ ଲିଟର ଚୋରା ଡିଜେଲ ସହ କାର ଜବତ

କବାଟବନ୍ଧ : ଜେନାପୁର ପୁଲିସ ଆଜି ୮୦ ଲିଟର ଚୋରା ଡିଜେଲ ସହ ଏକ ଇଣ୍ତିକା କାର୍‌କୁ ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ମୁତାବକ, ଜେନାପୁର ପୁଲିସ ଆଜି ପାଟ୍ରୋଲିଂ କରୁଥିବା ବେଳେ ଚଣ୍ତିଖୋଲ-ଡୁବୁରି ରାଜପଥର ତାରିଣୀଛକ ନିକଟରେ ଏକ ଟ୍ରକ୍‌ରୁ ୮୦ ଲିଟର ଡିଜେଲ ଚୋରି କରି ଏକ ଇଣ୍ତିକା କାର୍‌ ନମ୍ବର ଓଆର-୦୫ଏସି- ୨୮୮୨ ଯୋଗେ ଚାଲାଣ କରାଯାଉଥିଲା । ଘଟଣାସ୍ଥଳରେ ପହଞ୍ଚି ପୁଲିସ ଚୋରି ଡିଜେଲ୍‌ ଓ ଏହି କାର୍‌କୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଲେ ଡଙ୍କାରୀ ଗ୍ରାମର ଟିକା ମଲିକ (୪୮) ଓ ସେହି ଗ୍ରାମର ଅଙ୍ଗଦ ମଲିକ (୨୮) । ଥାନା କେସ୍ ନମ୍ବର ୨୮/୨୨ ଦଫା ୩୭୯, ୪୧୧, ୩୪୧ ରେ ଉଭୟଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିବା ଜେନାପୁର ଥାନା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *