ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଂଚାୟତରେ ଭୟାବହ ଅଗ୍ନିକାଣ୍ଡ । ଉକ୍ତ ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତି ପୁଡି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଛି । ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଚିଲତୈଲା ଗାଁର ମଙ୍ଗଳା ସାହିରେ ନିଆଁ ଲାଗିଥିଲା । ଖବର ପାଇ ରାସୋଳରୁ ଦମକଳ ବାହିନୀ ଆସି ନିଆଁକୁ ଅୟତ କରିଥିଲା । ହେଲେ ନିଆଁରେ ଉକ୍ତ ଘରେ ଥିବା ଆସବାବପତ୍ର, ଚାଉଳ ଓ ରବି ଫସଲ ଆଦି ପୋଡି ପାଉଁଶ ହୋଇଯାଇଛି । ନିଆଁରେ କୌଣସି ଲୋକଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳର ସମାଜସେବୀ ମାନସ ରଞ୍ଜନ ମହାରଣା ତାଙ୍କର ସାଥୀମାନଙ୍କ ସହ ମିଶି ଏହି ଅଗ୍ନି ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ ପଦାର୍ଥ ସହ ରୋଷେଇ ଖାଦ୍ୟ ପଦାର୍ଥ ଆଦି ପ୍ରଦାନ କରିଥିବା ଜଣାପଡିଛି ।
