ସୋନପୁର : ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଅଗ୍ନିକାଣ୍ଡ । ସୋନପୁର ଜିଲ୍ଲା ଉଲୁଣ୍ଡା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡ଼ି ଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଖବର ଅନୁଯାୟୀ, ଉଲୁଣ୍ଡା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ ହୋଇଥିଲା । ବ୍ୟାଙ୍କରେ ନିଆଁ ଲାଗିଥିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡ ଅନେକ ଗୁରୁତ୍ୱପୂଣ୍ଣ କାଗଜପତ୍ର ପୋଡି ପାଉଁଶ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
