ବାପାଙ୍କ ଶବକୁ କାନ୍ଧ ଦେଲେ ୧୦ ଝିଅ

ଗାଇସିଲାଟ୍‌ : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିରର ପୂଜକ ଘାସିରାମ ପାଣିଗ୍ରାହୀ (୯୪ ବର୍ଷ)ଙ୍କ ପରଲୋକ ଘଟିଛି । ସେ ଗୋଟିଏ ଗ୍ଲାସ୍‌ କ୍ଷୀର ଏବଂ ଗୋଟିଏ ରୁଟିରେ ଦୀର୍ଘ ୧୨ ବର୍ଷ ପର୍ଯ୍ୟନ୍ତ ସୁସ୍ଥତାର ସହ ବଂଚି ରହିଥିଲେ । ସେ ଜଣେ ଧର୍ମପରାୟଣ ତଥା ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ତାଙ୍କର କେହି ପୁଅ ନଥିବା ବେଳେ କେବଳ ଦଶ ଗୋଟି ଝିଅ ଅଛନ୍ତି । ସ୍ୱର୍ଗତ ପାଣିଗ୍ରାହୀ ତାଙ୍କର ସମସ୍ତ ଦଶ ଗୋଟି ଝିଅଙ୍କୁ ଉଚ୍ଚ ଶିକ୍ଷିତା କରିବା ସହ ସମାଜରେ ପ୍ରତିଷ୍ଠିତ କରିଛନ୍ତି । ବିୟୋଗ ଖବର ପାଇ ତାଙ୍କର ସମସ୍ତ ଝିଅ ମେଲଛାମୁଣ୍ଡାସ୍ଥିତ ବାସଭବନକୁ ପହଂଚି କୋକେଇକୁ ନିଜ କାନ୍ଧରେ ଗାଁ ମଶାଣି ପର୍ଯ୍ୟନ୍ତ ବୋହି ନେଇଥିଲେ । ନିଜ ମୃତ ପିତାଙ୍କୁ ଦଶ ଝିଅ କାନ୍ଧ ଦେବାର ଦୃଶ୍ୟ ଅଂଚଳବାସୀଙ୍କୁ ବେଶ୍‌ ପ୍ରେରଣା ଦେଇଛି । ତାଙ୍କ ଜ୍ୱାଇଁ ତଥା ବର୍ତମାନର ମନ୍ଦିର ପୂଜକ ଗୌରାଙ୍ଗ ପଣ୍ଡା ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *