ଭଦ୍ରକ : ଭଦ୍ରକ ଧାମନଗରରେ ନିର୍ବାଚନୀ ହିଂସା । ଖଡିପଦା ପଞ୍ଚାୟତ କାଞ୍ଜିଆପାଳ ଗାଁରେ ଦିବ୍ୟାଙ୍ଗ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସୂର୍ଯ୍ୟ । ସୂର୍ଯ୍ୟଙ୍କ ହାତ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ଅଭିଯୁକ୍ତ କୈଳାସ ଦାସ ଫେରାର ଥିବାବେଳେ ଏନେଇ ଧାମନଗର ଥାନାରେ ଏତଲା ହୋଇଛି । ଗାଁରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
