ଆନନ୍ଦପୁର : ଚଳନ୍ତା ଟ୍ରଲରରେ ଲାଗିଗଲା ନିଆଁ । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ଓ ହେଲପର । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥ ଧକୋଠା ନିକଟରେ । ସୂଚନାନୁସାରେ, ଟ୍ରଲରଟି ଏକ କ୍ରେନ୍ ବୋଝେଇ କରି ଯାଜପୁରରୁ କେନ୍ଦୁଝର ଯାଉଥିଲା । ତେବେ ସେହି ସମୟରେ ହଠାତ୍ ଗାଡିର ହାଇଡ୍ରୋଲିକ୍ ଚାମ୍ବରରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା । ନିଆଁ ଦେଖି ଚାଳକ ଗାଡିକୁ ଅଟକାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ଓ ପରେ ଆନନ୍ଦପୁର ଅଗ୍ନିଶ୍ରମ ବିଭାଗ କର୍ମତାରୀ ପହଁଞ୍ଚି ନିଆଁକୁ ଆୟତ କରିଥିଲେ । ଖବରପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଯାନ୍ତ୍ରୀକ ତୃଟି ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
