ହରଭଙ୍ଗା : ବେଟି ବଚାଓ, ସଡକ ସୁରକ୍ଷା ଅଭିଯାନରେ ଜଣେ ଅଣ ଓଡିଆ ଯୁବକଙ୍କ ସାଇକେଲରେ ଭାରତ ଭ୍ରମଣ ଯାତ୍ରା କରି ସୋମବାର ମଧ୍ୟାହ୍ନରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଚାରିଛକରେ ପଂହଚିଥିଲେ । ଯୁବକ ଜଣଙ୍କ ଗତ ୧ ଡିସେମ୍ବର ୨୦୨୦ ରେ ପଶ୍ଚିମବଙ୍ଗ ସିଲିଗୁଡିରୁ ସାଇକେଲରେ ଭାରତ ଭ୍ରମଣ ଯାତ୍ରାର ଶୁଭାରମ୍ଭ କରିଥିଲେ । ସେ ଆଜି ସୁଦ୍ଧା ଦୀର୍ଘ ୧୪ ମାସର ସାଇକେଲ ଯାତ୍ରାରେ ୨୫ ହଜାର କିଲୋମିଟର ଅତିକ୍ରମ କରିସାରିଲେଣି । ଆସନ୍ତା ଡିସେମ୍ବର ୨୦୨୨ ସୁଦ୍ଧା ତାଙ୍କର ଭାରତ ଭ୍ରମଣ ଯାତ୍ରା ଶେଷ ହେବ ବୋଲି ସେ ଲକ୍ଷ୍ୟ ରଖିଛନ୍ତି । ଦିନକୁ ଶହେରୁ ୧୨୦ କିଲୋମିଟର ସାଇକେଲ ଯାତ୍ରା କରୁଥିବା ୨୯ ବର୍ଷୀୟ ଯୁବକ ମାଧାଈ ପଲ କହିଛନ୍ତି । ତାଙ୍କ ଘର ପଶ୍ଚିମବଙ୍ଗ ଦକ୍ଷିଣ ଦିନାଜପୁର ଜିଲ୍ଲା ବାଲୁରଘାଟ ବୋଲି ଜଣାପଡିଛି । ତାଙ୍କର ଏହି ମହତ ଯାତ୍ରାର ଲକ୍ଷ୍ୟ ପୂରଣ ହେଉ ବୋଲି ଚାରିଛକ ଅଂଚଳର ବୁଦ୍ଧିଜୀବି ଶୁଭେଛା ଜଣାଇଛନ୍ତି ।
