ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ଆଖିବୁଜିଲେ ଯୁବକ

ବ୍ରହ୍ମପୁର : ଗୋଳନ୍ତରା ଥାନା ପରିସରରେ ନିଜ ଦେହରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଯୁବକ ସନ୍ତୋଷ ସମନ୍ତରା ଓରଫ କାଳିଆଙ୍କ ଆଜି ସକାଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ତୋଷ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ହେଲେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କାଳିଆ ଏକ ହତ୍ୟା ମାମଲାରେ ସାକ୍ଷୀ ଥିବାରୁ ତାଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ଧମକ ଦିଆଯାଉଥିଲା । ଏ ନେଇ କାଳିଆ ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ସହ ନିଜ ପାଇଁ ସୁରକ୍ଷା ବ୍ୟବସ୍ଥା କରିବାକୁ ପୁଲିସକୁ ଜଣାଇଥିଲେ । ହେଲେ ତାଙ୍କ ଅଭିଯୋଗକୁ ପୁଲିସ ଗୁରୁତର ସହ ନେଇନଥିଲା । ତେଣୁ ସେ ଅତିଷ୍ଠ ହୋଇ ଥାନା ପରିସରରେ ହିଁ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀରରେ ନିଆଁ ଲାଗିବା ପରେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ କାଳିଆଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ କାଳିଆଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *