ଚିହ୍ନଟ ହେଲେ ଆଉ ୬୩୮ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନକ ମଧ୍ୟରେ ୬୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୭ ଏବଂ ସ୍ଥାନୀୟ ସଂକ୍ରମିତ ୨୭୧ ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୧୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନୁଗୁଳ ଜିଲାରେ ୧୬, ବାଲେଶ୍ୱର ୨୩, ବରଗଡ ୬, ଭଦ୍ରକ ୧୨, ବଉଦ ୧୨ ଓ କଟକ ଜିଲାରେ ୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରେ ୧୧, ଢେଙ୍କାନାଳରେ ୧୦, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୧୯, ଯାଜପୁରରେ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଝାରସୁଗୁଡାରେ ୪, କଳାହାଣ୍ଡି ୧, କନ୍ଧମାଳ ୨, କେନ୍ଦ୍ରାପଡା ୨୧, କେନ୍ଦୁଝର ୨, ଖୋର୍ଦ୍ଧା ୨୬୦, ମାଲକାନଗିରି ୩, ମୟୁରଭଞ୍ଜ ୨୦, ନୟାଗଡ ୭, ନୂଆପଡା ୨, ପୁରୀ ୨୧, ରାୟଗଡା ୭, ସମ୍ବଲପୁର ୭, ସୁନ୍ଦରଗଡ ୧୯ ଓ ଷ୍ଟେଟପୁଲରୁ ୫୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୭୨୫୫ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Leave a Reply

Your email address will not be published. Required fields are marked *