ଆନନ୍ଦପୁର, : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଓଗାଁ-ରାମଚନ୍ଦ୍ରପୁର ରାସ୍ତାର ଗୌଡବାହାଳି ଛକ ରାସ୍ତାକଡରେ ଥିବା ଏକ ପୋଖରୀ କୂଳରୁ ମୃତଦେହ ଉଦ୍ଧାର । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ପୋଖରୀରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହ ନିକଟରେ ତିନୋଟି ତପଲ ମଧ୍ୟ ପଡି ରହିଥିଲା । ଆଉ ଏକ ଚପଲ ମଧ୍ୟ ସେଠାରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ ହୋଇଛି ।
ମୃତ ଯୁବକ ଜଣଙ୍କ କିଏ ? କେଉଁ ପରିସ୍ଥିତିରେ ଏଠାକୁ ଆସିଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ମୃତଦେହ ପଡିଥିବା ସ୍ଥାନଟି ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳର ହୋଇଥିବାବେଳେ ଖବରପାଇ ଟମକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
