ବାସୁଦେବପୁର 5t ବିଦ୍ୟାଳୟ ରୂପାନ୍ତରିତ ନାମରେ ଚାଲିଛି ହରିଲୁଟ, ପିସିରେ ପେଷି ଯାଉଛି ସ୍ମାର୍ଟ ବିଦ୍ୟାଳୟ କାମ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ 5t ରୂପାନ୍ତରିତ ନାମରେ ଚାଲିଛି ହରିଲୁଟ । କେଉଁଠି ଛାତରୁ ଅତଡ଼ା ଖସିଲାଣି ତ କେଉଁଠି ବ୍ୟାଡ଼ମୀଣ୍ଟନ ବେସ ଫାଟି ଆ କଲାଣି, ତ ପୁଣି କେଉଁଠି ପାଚେରୀ ଫାଟି ଆ କରିଛି, କେଉଁଠି ପିଇବା ପାଣିର ସମସ୍ୟା ରହୁଛି । ସୂଚନା ଅନୁଯାଇ ବାସୁଦେବପୁର ବ୍ଲକରେ ପ୍ରଥମ ଓ ଦ୍ୱିତୀୟ ଅଧିବେଶନରେ ରୂପାନ୍ତରିତ ହେଇଥିବା ବିଦ୍ୟାଳୟଗୁଡିକ ନିମ୍ନମାନର କାମ ହେଇଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ବ୍ରାହ୍ମଣୀ ଗାଁ ପଂଚାୟତରେ କାମ ଚାଲିଥିଲା ବେଳେ ବ୍ୟାଡ଼ମୀଣ୍ଟନ ବେସରେ କାନ୍ଥ ଫାଟି ଆ କରିଥିବା ବେଳେ, ସୁଗ ଉଚ୍ଚ ବିଦ୍ୟାଳୟରେ ନିରାପତ୍ତା ବୈଠକ ଚାଲିଥିଲା ବେଳେ ଛାତରୁ ଅତଡ଼ା ଖସି ଅଭିଭାବକ ସହିତ ଛାତ୍ରଛାତ୍ରୀ ଆହତ ହୋଇଥିଲେ, ଯାହାକୁ ନେଇ ସୁଗ, ଏଡତାଳ, ପଦ୍ମପୁର, ଲୁଙ୍ଗା ଆଦି ବିଦ୍ୟାଳୟରେ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାସୁଦେବପୁର ଥାନାରେ ଦାବିପତ୍ର ସ୍ଥାନୀୟ ବାସିନ୍ଦା ପ୍ରଦାନ କରିଥିଲେ । ଯାହାକୁ ନେଇ ଭାତ ହାଣ୍ଡିରୁ ଗୋଟିଏ ଭାତ ସଦୃଶ ପରି ସୁଗ ବିଦ୍ୟାଳୟର ଦାୟିତ୍ୱରେ କନିଷ୍ଟ ଯନ୍ତ୍ରୀ ଉତ୍ତମ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଥିଲା ବେଳେ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର କାମ ସହିତ ସାଇକେଲ ଷ୍ଟାଣ୍ଡକୁ ଶ୍ରେଣୀ ଗୃହ କରିବାକୁ ମସୁଧା କରିଥିବା ବେଳେ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ସେହିପରି ସୁଦର୍ଶନପୁର ଚୂଡ଼ାମୁଣି ଇରମ ସାନକୃଷ୍ଣପୁର ଆଦି ପଂଚାୟତମାନଙ୍କରେ ରୂପାନ୍ତରିତ ହେଇଥିବା ବିଦ୍ୟାଳୟମାନଙ୍କରେ କେଉଁଠି ପୁରୁଣା କାନ୍ଥ ଉପରେ ରଙ୍ଗ ଘଷି ନିମ୍ନମାନର ଉପକରଣ ଲଗାଇ ଅତି ତରବରିଆ ଭାବରେ କରାଯାଉଛି କାର୍ଯ୍ୟ । କିଛି ବିଦ୍ୟାଳୟମାନଙ୍କରେ କାର୍ଯ୍ୟ ଶେଷ ନ ହେଉଣୁ କରାଯାଉଛି ଉଦଘାଟନ । କିନ୍ତୁ ଅଧାପନ୍ତରିଆ ଭାବରେ ରହିଛି ସ୍ମାର୍ଟ କ୍ଲାସର ରୂପାନ୍ତରିତ କାମ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ସହିତ ଠିକାଦାର ଓ ଯନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ବଦନାମ ହେଇପାରେ ମୋ ସରକାର କାର୍ଯ୍ୟ ।

Leave a Reply

Your email address will not be published. Required fields are marked *