ବଣାଇ : ବଣାଇ ବନଖଣ୍ଡ କୁଳିପୋଷ ରେଞ୍ଜ ଅନ୍ତର୍ଗତ ଫୁଲଝର ଗ୍ରାମର ଛେଳିଆ ଟୋକା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଆଜି ଫୁଲଝର ଗ୍ରାମର( ମହିଳା) ଭାଗୁଲି ଗିରି ଵୟସ ୫୩ ଫୁଲଝର ନିକଟସ୍ଥ ଛେଳିଆଟୋକା ଜଙ୍ଗଲକୁ ଛତୁ ଗୋଟେଇଵା ନିମନ୍ତେ ଯାଇଥିବା ସମୟରେ ହଠାତ୍ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

କୌଣସି ମତେ ଜୀବନ ବଞ୍ଚାଇବାକୁ ମହିଳା ଜଣକ ଦୈାଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ, ହାତୀଟି ଶୁଣ୍ଢରେ ଟେକି ନେଇ ପାଦରେ ଦଳି ଦେଇଥିଲା ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ କୁଳିପୋଷ ରେଞ୍ଜ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା, ଫରେଷ୍ଟର ଡେରୁଳା ନନ୍ଦ ଗଡ଼ନାୟକଙ୍କ ସମେତ ବନ କର୍ମଚାରୀ ଓ ମହୁଲପଦା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
