ରାସ୍ତାରୁ ପାଣି ନିଷ୍କାସନ ପାଇଁ ରାସ୍ତା ଉପରେ ବସିଲେ ପଂଚାୟତ ବାସୀ

ବାଲିଆପାଳ : ବାଲିଆପାଳ ବ୍ଲକ ଦେଉଳା ଗ୍ରାମରେ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ବାରମ୍ବାର ସରକାରୀ ଅଫିସରଙ୍କୁ ଜଣାଇବାରୁ ଆଜି ପର୍ଯ୍ୟନ୍ତ ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନହେବାରୁ ପଂଚାୟତର ଆଦିବାସୀ ମହିଳା ଓ ପୁରୁଷଙ୍କ ସହିତ ଅନ୍ୟାନ୍ୟ ବର୍ଗର ସହ ସହ ଲୋକ ବାଲିଆପାଳ ଓ ଲଙ୍ଗଳେଶ୍ୱର ମୁଖ୍ୟ ରାସ୍ତାକୁ ବନ୍ଦ କରି ରାସ୍ତାରେ ଟାୟାର ଜଳାଇ ବିକ୍ଷୋଭ କରିଥିଲେ । ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ଗ୍ରାମ ପଞ୍ଚାୟତ ଅଫିସ ପାଖଦେଇ ଜାମସୁଳିରୁ ବାଲିଆପାଳ ରାସ୍ତା ଦେଭୋଗ ଛକକୁ ଲାଗିରହିଛି । ଏହି ରାସ୍ତାର ଅର୍ଥାତ ପଂଚାୟତ ଅଫିସରୁ ପଚାଷ ମିଟରରୁ କମ ଦୂରରେ ଦୁଇ ତିନି ବର୍ଷ ହେଲା ପାଣି ଜମିରହୁଛି । ଏହି ରାସ୍ତାଦେଇ ସହସହ ଗାଡି, ସୁବର୍ଣ୍ଣରେଖା କଲେଜର ଛାତ୍ରଛାତ୍ରୀ, ଦେଉଳା ହାଇସ୍କୁଲ, ଛୋଟ ଛୋଟ ଛୋଟ ଅଙ୍ଗନବାଡି ଛୁଆମାନେ ଯାତାୟାତ କରନ୍ତି ।

ଏହି ରାସ୍ତାରେ ପାଣି ଜମି ରହିବାରୁ ଛୋଟ ପିଲା ଠାରୁ ବୟସ୍କ ଲୋକ ବର୍ଷା ଦିନରେ ବହୁ ଅସୁବିଧା ଭୋଗ କରୁଥିଲେ । ଏହି ରାସ୍ତା ରୋକ ଆନ୍ଦୋଳନରେ ଦେଉଳା ଗ୍ରାମ ପଂଚାୟତର ସରପଞ୍ଚ ସୋରୁଜ କୁମାର ପିଳାଙ୍କ ସମେତ ପଞ୍ଚାୟତ ବାସି ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । କିଛି ଘଣ୍ଟା ପରେ ପୂର୍ବତନ ବ୍ଲକ ଅଧକ୍ଷ ବିଜନ ନାୟକ ସେଠାରେ ପହଂଚିଥିଲେ, ପରେ ଆରଡି ଡିପାଟମେଣ୍ଟ ଏଇ ଘଟଣା ସ୍ଥଳରେ ପହଞ୍ଚି କେମିତି ରାସ୍ତାରୁ ପାଣି ନିଷ୍କାସନ ହୋଇ ପାରିବ ତା’ର ତଦାରକ କରି ଆନ୍ଦୋଳନରେ ବସିଥିବା ଲୋକମାନଙ୍କୁ ବୁଝାସୁଝା କରିବା ସହିତ ସାତଦିନ ଭିତରେ ପାଣି ନିଷ୍କାସନ କରିବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଉହୁରିଥିଲେ। ପରେ ରାସ୍ତାରେ ଯାତାୟାତ ସ୍ବଭାବିକ ହୋଇଥିଲା ।

Leave a Reply

Your email address will not be published. Required fields are marked *