ଵଣାଇ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟା ସମୟରେ ଵଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ୍ କାର୍ଯ୍ୟାଳୟର ସଭାଗୃହ ଠାରେ ଜିଲ୍ଲାପାଳ ଡ଼ଃ ପରାଗ ହର୍ଷଦ ଗାଭାଲିଙ୍କ ଉପସ୍ଥିତିରେ ଏକ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
୧୭ ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା ୯୮ଟି ଅଭିଯୋଗ ମଧ୍ୟରୁ ଜିଲ୍ଲାପାଳ ୧୧ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ । ତା’ ସହିତ ଅନ୍ୟ ଅଭିଯୋଗଗୁଡ଼ିକ ମଧ୍ୟ ବିଚାରକୁ ନେଇ ତୁରନ୍ତ ସମାଧାନ କରିବା ନିମନ୍ତେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଭୈରବ ସିଂ ପଟେଲ, ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୋ, ବଣାଇ ବନଖଣ୍ଡ ଅଧିକାରୀ ସନତ କୁମାର ଏନ୍, ଉପ ଜିଲ୍ଲାପାଳ ସୁରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
