ଫାର୍ମ ହାଉସରେ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର:  ଭୁବନେଶ୍ଵର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଏକ ଫାର୍ମ ହାଉସରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ଛାତ୍ରୀଙ୍କ ବାପା କିଛି ଗୁରୁତ୍ଵପୁର୍ଣ୍ଣ ତଥ୍ୟ ଦେଇଛନ୍ତି । କହିଛନ୍ତି, ସିସିଟିଭି ଫୁଟେଜରୁ ଜଣାପଡିଛି ରାତି ୨ଟାରେ ମୋ ଝିଅ farmhouse ଭିତରକୁ ପ୍ରବେଶ କରିଛି । ତେବେ ଏତେ ବଡ଼ ଉଚ୍ଚା ପାଚେରୀ ଡେଇଁ ସେ କିପରି ଭିତରକୁ ପ୍ରବେଶ କଲା ତାହା ସନ୍ଦେହ ଘେରରେ l ସୂଚନାଯୋଗ୍ୟ, ଯୁବତୀଙ୍କ ଘର ନୟାଗଡ ଜିଲ୍ଲାରେ ହୋଇଥିବା ବେଳେ ବାପା ହେଉଛନ୍ତି ଜଣେ ପ୍ରଫେସର l

Leave a Reply

Your email address will not be published. Required fields are marked *