ପୌର କାର୍ଯ୍ୟାଳୟ ଘେରିଲେ ପରିବା ବ୍ୟବସାୟୀ

ସୁନ୍ଦରଗଡ, :ସାପ୍ତାହିକ ହାଟରେ ଠିକାଦାର ଅଧିକ ମହସୁଲ ଆଦାୟ କରୁଥିବା ଅଭିଯୋଗ  । ପୌରପାଳିକା କାର୍ଯ୍ୟାଳୟ ଘେରିଲେ ବେପାରୀ । ଏପରି ଘଟଣା ଘଟିଛି  ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସାପ୍ତାହିକ ବଜାରରେ ।

ବେପାରୀମାନେ ଅଭିଯୋଗ କରିଛନ୍ତି ଯେ, ଠିକାଦାର ଜୋର ଜବରଦସ୍ତି  ଧାର୍ଯ୍ୟ ଦର ଠାରୁ ଅଧିକ ମହସୁଲ ଆଦାୟ କରୁଛନ୍ତି ।  ଏନେଇ ପରିବା ବେପାରୀମାନେ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନଥିଲା ।  ପ୍ରତିବାଦ ସ୍ୱରୂପ ପରିବା ବେପାରୀ ପୌର ପାଳିକା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ସେମାନେ ରାସ୍ତା ଉପରେ ବସି ରହିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତଙ୍କୁ ବୁଝାସୁଝା କରୁଛି ।

Leave a Reply

Your email address will not be published. Required fields are marked *