ଟିଭି ଅଭିନେତ୍ରୀଙ୍କୁ ରାତିକ ପାଇଁ ୪ ଲକ୍ଷ ଟଙ୍କା

ମୁମ୍ବାଇ : ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଶୁକ୍ରବାର ଦିନ ଏକ ଫାଇଭ୍ ଷ୍ଟାର୍ ହୋଟେଲ ଉପରେ ଚଢାଉ କରି ସେକ୍ସ ରାକେର୍ଟର ପର୍ଦ୍ଦାଫାର୍ସ କରିଛି । ଜଣେ ଟିଭି ଅଭିନେତ୍ରୀ ଏବଂ ଜଣେ ମଡେଲଙ୍କୁ ସେଠାରୁ ଉଦ୍ଧାର କରାଯିବା ସହ ଇଶା ଖାନ ନାମକ ଜଣେ ୩୨ ବର୍ଷିୟା ମଡେଲଙ୍କୁ ମଧ୍ୟ ଗିରଫ କରାଯାଇଛି, ଯିଏକି ଏହି ସେକ୍ସ ରାକେଟ୍ ଚଳାଉଥିଲେ। ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ଜୁହୁର ଏକ ଫାଇଭ୍ ଷ୍ଟାର ହୋଟେଲରେ ହାଇ-ପ୍ରୋଫାଇଲ୍ ସେକ୍ସ ରାକେଟ୍ ଚାଲୁଥିବା ବିଷୟରେ ସୂଚନା ମିଳିଥିଲା, ଏହା ପରେ ସେ ସେଠାରେ ଚଢାଉ କରିଥିଲା। ସୂଚନା ଅନୁଯାୟୀ, ଏହି ମଡେଲ ଜଣଙ୍କ ଟିଭି ଅଭିନେତ୍ରୀ ଏବଂ ମଡେଲମାନଙ୍କୁ ତାଙ୍କ ରାକେର୍ଟରେ ଅନ୍ତର୍ଭୁକ୍ତ କରିଥିଲେ। ଏହି ଅଭିନେତ୍ରୀ ଏବଂ ମଡେଲଙ୍କ ପାଇଁ ୪ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । କ୍ରାଇମ ବ୍ରାଞ୍ଚ ଟିମ୍ ଗ୍ରାହକ ହୋଇ ଏହି ବ୍ୟବସାୟକୁ ପର୍ଦ୍ଦାଫାର୍ସ କରିଛି । କ୍ରାଇମ ବ୍ରାଞ୍ଚ ଟିମ୍ କହିଥିଲେ ଯେ ମୋର ବନ୍ଧୁ ଏବଂ ମୁଁ ଟପ୍ ମଡେଲ୍ ଚାହୁଁ, ଇଶା ଖାନ୍ ଅନେକ ଝିଅଙ୍କ ଫଟୋ ପଠାଉଥିଲେ । କ୍ରାଇମ ବ୍ରାଞ୍ଚ ଟିମ୍ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଫଟୋ ଚୟନ କରିଥିଲେ। ସେଥିମଧ୍ୟରୁ ଜଣେ ଟପ୍ ମଡେଲ୍ ଯିଏ ଅନେକ ବିଜ୍ଞାପନରେ କାମ କରିଛନ୍ତି ଏବଂ ଅନ୍ୟ ଜଣେ ଅନେକ ଟିଭି ସିରିଏଲରେ କାମ କରିଛନ୍ତି । ଏହା ପରେ ଜୁହୁର ଏକ ଫାଇଭ୍ ଷ୍ଟାର୍ ହୋଟେଲ ବୁକ୍ କରାଯାଇଥିଲା ଏବଂ ଇଶା ଖାନ ଶୁକ୍ରବାର ରାତିରେ ମଡେଲ ଏବଂ ଅଭିନେତ୍ରୀଙ୍କ ସହ ସେହି ହୋଟେଲ ବାହାରେ ପହଞ୍ଚିବା ମାତ୍ରେ କ୍ରାଇମ ବ୍ରାଞ୍ଚ ଟିମ୍ ତାଙ୍କୁ ସେମାନଙ୍କ ହେପାଜତରେ ନେଇଥିଲା। ଏହି ଚଢାଉରେ ଉଦ୍ଧାର ହୋଇଥିବା ମଡେଲ ଏବଂ ଅଭିନେତ୍ରୀ ଏକ ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ସହ କାମ କରିଛନ୍ତି ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *