ବେତନଟୀ, : ପୁଅ ମାଡରେ ବାପା ମୃତ । ମୃତକ ବେତନଟୀ ଥାନା ସଠିଲୋ ଗ୍ରାମର ମଧୁ ମାର୍ଣ୍ତି । ସାମାନ୍ୟ ବଚସାରୁ ଏପରି ଘଟିଥିଲା କୁହାଯାଉଛି ।
ସୂଚନାନୁସାରେ, ଶନିବାର ରାତିରେ ପରିବାରରେ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା । ବଚସାକୁ କେନ୍ଦ୍ରକରି ବାପା ମଧୁ ଓ ତାଙ୍କର ସାନ ପୁଅ ସହିତ ଝଗଡା ଉଗ୍ର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ବାପାକୁ ଆକ୍ରମଣ କରିଥିଲା । ପୁଅର ମାଡରେ ଗୁରୁତର ବାପକୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ରକୁ ପରିବାର ଲୋକ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
