ପଟଣାଗଡ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗାଁରେ ହାତୀ ଆତଙ୍କ । ଶୁକ୍ରବାର ରାତିରେ ଏକ ବଣୁଆ ହାତୀ ଗାଁକୁ ଆସି ଗର୍ଜନ କରିବାରୁ ଗାଁର ଯାଦବ ରଣା ଘରୁ ବାହାରି ଦେଖିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ । ସେହି ସମୟରେ ହାତୀ ଯାଦବକୁ ଟେକିନେଇ ଦଳି ଦେଇଥିବା ବେଳେ ଗାଁର ତିନୋଟି ଘରକୁ ଭାଙ୍ଗି ଦେଇ ଜଙ୍ଗଲକୁ ଚାଲିଯାଇଥିଲା ।
ସେହି ଗାଁର ତରଣୀ ଭୋଇ ଭୋର ସକାଳୁ ଗାଁ ନିକଟରେ ଥିବା ଝରଣାକୁ ଶୌଚ ପାଇଁ ଯାଇଥିବା ବେଳେ ସେହି ହାତୀ ହାବୁଡ଼ରେ ପଡିଥିଲେ । ତାକୁ ମଧ୍ୟ ହାତୀ ଆକ୍ରମଣ କରି ଜଙ୍ଗଲକୁ ଚାଲିଯାଇଥିଲା । ପରେ ଖବର ପାଇ ଜଙ୍ଗଲ ବିଭାଗ ଏବଂ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତରାଣୀକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଦେଇ ଗାଁରେ ବର୍ତ୍ତମାନ ତଦନ୍ତ ଜାରି ରହିଛି ।
