ପାଟ୍ରୋଲିଂ ବେଳେ ଧରା ପଡ଼ିଗଲେ, ବାନ୍ଧିଲା ପୋଲିସ୍

ପାଟଣା,  : କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ନିକଟରୁ ଜଣେ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ପାଟଣା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ମଦ ବ୍ୟବସାୟୀ ଜଣକ ଧରା ପଡ଼ିଥିଲେ । ଗିରଫ ମଦ ବ୍ୟବସାୟୀ ହେଲେ ପାଟଣା ଥାନା ଅଙ୍କୁରା ଗ୍ରାମର  ଗୌତମ ପାତ୍ର (୩୫) । ତାଙ୍କ ଠାରୁ  ଏକ ଗ୍ୟାଲିନରେ ଥିବା ୫୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ସହ ମଦ ବ୍ୟବସାୟରେ ବ୍ୟବହୃତ ପଲସର ବାଇକକୁ ପୋଲିସ ଜବତ କରିଛି।

ଏନେଇ ପାଟଣା ଥାନାରେ ୧୫୬/୨୧ରେ ଏକ ମାମଲା ରୁଜୁ ହୋଇଛି । ତେବେ ପାଟଣା ଥାନା ଅଞ୍ଚଳରେ ଖୁଲମ୍ ଖୁଲା ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ବଡ଼ ବଡ଼ ମାଛଙ୍କୁ ଛାଡ଼ି ଛୋଟ ବ୍ୟବସାୟୀଙ୍କୁ ପାଟଣା ପୋଲିସ ଗିରଫ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *