ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଦେବେନ୍ଦ୍ର ସ୍ବାଇଁଙ୍କ ପ୍ରତି ରାଜ୍ୟ ସରକାର ଗତ ୨୯ ତାରିଖରେ ଜାରି କରିଥିବା କାରଣ ଦର୍ଶାଅ ନୋଟିସ ବିରୁଦ୍ଧରେ ଢ଼ିଙ୍କିଆ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଆଜି ମା ଫୁଲଖାଇ ମନ୍ଦିର ପ୍ରାଙ୍ଗଣ,ଢ଼ିଙ୍କିଆ ଠାରେ ଅପରାହ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ।ସୂଚନା ମୁତାବକ ଗତ ୨୯ ତାରିଖରେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତରାଜ ଓ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ଲକ ପ୍ରଶାସନ ମାଧ୍ୟମରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନୋଟିସ ଲିଖିତ ବିଷୟ ଅନୁସାରେ ସମିତି ସଭ୍ୟ ଶ୍ରୀ ସ୍ୱାଇଁ ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କ୍ଷମତାର ଅପବ୍ୟବହାର ନେଇ ଅଭିଯୋଗ ରହିଥିଲା।୩୦ ଦିନ ଭିତରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ରହିଥିଲା।ଏହି କାରଣ ଦର୍ଶାଅ ନୋଟିସ ସମ୍ପର୍କରେ ଗତ ୪ ତାରିଖରେ ପଞ୍ଚାୟତ ବାସୀଙ୍କ ପକ୍ଷରୁ ବୈଠକ କରାଯାଇ ପଂଚାୟତରାଜ ବିଭାଗ ସଚିବଙ୍କୁ ଏକ ଚିଠି ପ୍ରଦାନ କରାଯାଇଥିଲା।ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ମୂରବୀ ନିର୍ଭୟ ସାମନ୍ତରାୟ,ନୃସିଂହ ରାଉତ,ମୂରଲୀଧର ସାହୁ,ନିତ୍ୟାନନ୍ଦ ସ୍ୱାଇଁ,ଶାନ୍ତି ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଉକ୍ତ ସମ୍ମିଳନୀରେ ସମିତି ସଭ୍ୟ ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ତରଫରୁ ହେଇଥିବା କାରଣ ଦର୍ଶାଅ ନୋଟିସକୁ ସମ୍ପୂର୍ଣ ବେଆଇନ ଦର୍ଶାଇ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବିଶୋଦଗାର ହେବା ସହିତ ନୋଟିସକୁ ଖଣ୍ଡନ କରିଥିଲେ।ପ୍ରଶାସନ କମ୍ପାନୀ ପାଇଁ ପୁରା ପାଗଳ ହୋଇ ଯାଇଛି,ଦେବେନ୍ଦ୍ର ସ୍ବାଇଁ ଯଦି ଅଭ୍ୟାସ ଗତ ବିଶୃଙ୍ଖଳିତ ବ୍ୟକ୍ତି ସରକାର୍ ତାଙ୍କୁ ୪ବର୍ଷ ୮ମାସ କିପରି ସମିତି ସଭ୍ୟ ପଦରେ ରଖିଲେ।ଆଗରୁ କାହିଁକି ଅଭିଯୋଗ ଆଣିନଥିଲେ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଅକ୍ଷୟ ଦାସ ପ୍ରତିକ୍ରିୟା ରଖିଥିଲେ।ଦେବେନ୍ଦ୍ର ସ୍ବାଇଁଙ୍କ ପ୍ରତି ରାଜ୍ୟ ସରକାର ଜାରି କରିଥିବା କାରଣ ଦର୍ଶାଅ ନୋଟିସ ଆଗାମୀ ଦିନରେ ସରକାରଙ୍କୁ ମହଙ୍ଗା ପଡ଼ିପାରେ।
ଏହାର ଜବାବ ଦେବାକୁ ପଞ୍ଚାୟତ ବାସି ପୁରା ପ୍ରସ୍ତୁତ ବୋଲି ନାରୀ ନେତ୍ରୀ ଶାନ୍ତି ଦାସ ପ୍ରତିକ୍ରିୟା ରଖିଥିଲେ।୧୯୬୭ ମସିହାରୁ ଢ଼ିଙ୍କିଆ ପଞ୍ଚାୟତ ସ୍ଥାପିତ ହେବା ପରଠୁ ୨୦୧୭ ମସିହା ପର୍ଯ୍ୟନ୍ତ ପଞ୍ଚାୟତରେ ଯେତିକି ଉନ୍ନତିମୂଳକ କାର୍ଯ୍ୟ କରାଯାଇନଥିଲା,୨୦୧୭ ମସିହା ପରଠୁ ଶ୍ରୀ ସ୍ୱାଇଁଙ୍କ ସମୟରେ ଅଧିକାଂଶ ଉନ୍ନତି ମୂଳକ କାର୍ଯ୍ୟ ହୋଇ ଥିବା ନାରୀ ନେତ୍ରୀ ଶାନ୍ତି ସେଠୀ ପ୍ରକାଶ କରିଥିବା ଶହ ଶ୍ରୀ ସ୍ୱାଇଁ କେତେବେଳେ ପ୍ରଶାସନିକ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କଲେ ସେ ନେଇ ପ୍ରଶ୍ନ ଉଠାଇଥିଲେ।ଅପରାଧୀ ଅବା ରାଜନେତାଙ୍କ ଭଳି ବ୍ଲକ ପ୍ରଶାସନ ଯେଉଁ ଭଳି ଶ୍ରୀ ସ୍ୱାଇଁଙ୍କ ଘର ବାରଣ୍ଡାରେ ନୋଟିସ ଝୁଲାଇ ଓ ପରଦିନ ଭେଟିକି ନୋଟିସ ପ୍ରଦାନ କଲେ ତାହା ଅତି ନିନ୍ଦନୀୟ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।ଶ୍ରୀ ସ୍ୱାଇଁ ସମାଜ ସେବାରେ ନିଜକୁ ସାମିଲ କରି ତାଙ୍କ ଅଞ୍ଚଳର ଭିଟାମାଟି ପାଇଁ ସଂଗ୍ରାମ କରିବା ସହିତ ଅଙ୍ଗଦାନ ପାଇଁ ମଧ୍ୟ ପଞ୍ଜିକରଣ କରିଛନ୍ତି।ତେଣୁ ତାଙ୍କ ଭଳି ସଚ୍ଚୋଟ ବ୍ୟକ୍ତିତ୍ବଙ୍କ ଉପରେ ଏପରି ଆରୋପ ଲଗାଯିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।
