ଚର୍ଚ୍ଚ ଖୋଲିବା ଦାବିରେ ରାଜରାସ୍ତ ଅବରୋଧ

ମୋହନା : ଚର୍ଚ୍ଚ ଖୋଲିବା ଦାବିରେ ରାଜରାସ୍ତ ଅବରୋଧ । କୋର୍ଟଙ୍କ ରାୟ ପରେ ବି କାହିଁକି ଚର୍ଚ୍ଚ ଖୋଲାଯାଉନି ସେନେଇ ପ୍ରଶ୍ନ କରି ରାସ୍ତା ଅବରୋଧ କରାଯାଇଛି । ଏପରି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ବହୁ ପୁରତନ ରୋମାନ କ୍ୟାଥଲିକ ଚର୍ଚ୍ଚକୁ ନେଇ ଦିନକୁ ଦିନ ବିବାଦୀୟ ପରିସ୍ଥିତି ଘନେଇବାରେ ଲାଗିଛି । ୨୨ ବର୍ଷ ହେଲା ଲାଗିରହିଥିବା ଏହି ବିବାଦରେ କୋର୍ଟ ରାୟ ପରେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଚର୍ଚ୍ଚ ବନ୍ଦ ପଡିଛି । ଚର୍ଚ୍ଚକୁ ତୁରନ୍ତ ଖୋଲିବା ଦାବିରେ ମୁଖ୍ୟ ଫାଟକ ସମ୍ମୁଖରେ ଥିବା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ଆଜିକୁ ମାସେ ହେବ ଆଗୋରାତ୍ର ଅଞ୍ଚଳର ମହିଳାମାନେ ଶାନ୍ତିପୂର୍ଣ୍ଣ ଭାବେ ଫାଟକ ସମ୍ମୁଖରେ ଧାରଣାରତ ଥିଲେ । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରି ଜଣାଇବା ସତ୍ତ୍ୱେ ମଧ୍ୟ କୈଣସି ସୁଫଳ ମିଳିନଥିବା ମହିଳାମାନେ ପ୍ରକାଶ କରିଛନ୍ତି । ଯାହା ବିରୋଧରେ ସେମାନେ  ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବ୍ୟାପି ପାରଳାଖେମୁଣ୍ଡି ମୋହନା ବ୍ରହ୍ମପୁରକୁ ସଂଯୁକ୍ତ କରୁଥିବା ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *