ପୋଲିସ ଇନଫର୍ମର ସନ୍ଦେହରେ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି : ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଘଟିଛି ଏହି ହିଂସାକାଣ୍ଡ । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ  ଏରାବର ଥାନା କବାସିଗୁଡ଼ା ଗାଁରେ ପଶି ନବୀନ ନାମକ ଜଣେ ଗ୍ରାମବାସୀ ଘରୁ ଡାକି ନେଇଥିଲେ । ଏହାପରେ ଗାଁ ମୁଣ୍ଡରେ ନବୀନକୁ ହତ୍ୟା କରିଛନ୍ତି । ହତ୍ୟା ପରେ  ଶବ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି । ଅନେକ ସମୟରେ ପୋଲିସ ପାଇଁ ଗୁଇନ୍ଦା କାମ କରିବା, ଜଙ୍ଗଲ ନଷ୍ଟ କରିବା ଓ ବେଆଇନ୍‌ ଭାବେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା କାମରେ ଲିପ୍ତ ଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ।  ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଶବ ଉଦ୍ଧାର କରିଛନ୍ତି । ଏନେଇ ସୁକୁମା ଏସପି ସୁନିଲ ଶର୍ମା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *